ISSN (Print) - 0012-9976 | ISSN (Online) - 2349-8846

ଧରିତ୍ରୀ ମା’ଙ୍କୁ ମୃତ୍ୟୁଦଣ୍ଡ

ଜୀବାଶ୍ମ-ଜାଳେଣୀ ପୁଞ୍ଜି ଏବଂ ବିଷମୟ ପରିବେଶ ବିରୋଧୀଙ୍କ ସମର୍ଥନ ପାଉଥିବା ହତ୍ୟାକାରୀଜଣକ ହେଉଛନ୍ତି ଡୋନାଲଡ଼ ଟ୍ରମ୍ପ୍

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

ଡୋନାଲଡ଼ ଟ୍ରମ୍ପ୍ ବାରମ୍ବାର ଜଳବାୟୁ ପରିବର୍ତ୍ତନର ଡାକରାକୁ ଏକ ‘ଛଳ’ ବୋଲି କହିଆସିଛନ୍ତି । ଉଦାହରଣସ୍ୱରୂପ, ଜାନୁଆରୀ ୨, ୨୦୧୪ଦିନ ସେ ନିଜର ଏକ ଟ୍ୱିଟର ବାର୍ତାରେ ଜଳବାୟୁ ବିଜ୍ଞାନୀମାନଙ୍କୁ ଅବାଧ ଗାଳିବର୍ଷଣ କରିଥିଲେ; ‘ଅତ୍ୟନ୍ତ ବ୍ୟୟବହୁଳ ବିଶ୍ୱ ତାପମାତ୍ରା ବୃଦ୍ଧି ନାଁ’ରେ ବେକାର କଥାବାର୍ତା ବନ୍ଦ ହେବା ଦରକାର ।’ ତେଣୁ, ବିଶ୍ୱରେ ନିର୍ଗତ ହେଉଥିବା ଗ୍ରୀନ୍ ହାଉସ୍ ଗ୍ୟାସରେ ଶତକଡ଼ା ୧୫ଭାଗ ଅବଦାନ ଥିବା ଆମେରିକାର ରାଷ୍ଟ୍ରପତି ଜୁନ୍ ୧, ୨୦୧୭ଦିନ ସେ ଯେତେବେଳେ ଘୋଷଣା କଲେ ଯେ ପ୍ୟାରିସ ରାଜିନାମାରୁ ଆମେରିକା ଓହରିଯିବ, ସମସ୍ତଙ୍କୁ ଚକିତ ଲାଗିଲା ନିଶ୍ଚୟ କିନ୍ତୁ ତାହା ଅପ୍ରତ୍ୟାଶିତ ନଥିଲା । କଚ୍ ବ୍ରଦର୍ସଙ୍କ ଦ୍ୱାରା ଅର୍ଥ ଯୋଗାଇ ଦିଆଯାଇଥିବା ଆମେରିକାନ୍ ଏନର୍ଜୀ ଏଲିଆନ୍ସର ମୁଖ୍ୟ ଥୋମାସ୍ ପାଇଲ ଯେ ଶକ୍ତି ବିଭାଗରେ ଟ୍ରମ୍ପ୍ଙ୍କ ଦାୟିତ୍ୱ ହସ୍ତାନ୍ତରୀକରଣ ଦଳର ସଦସ୍ୟ ଥିଲେ, ତାଙ୍କରି ଦ୍ୱାରା ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ଜଳବାୟୁ ନୀତି କ’ଣ ହେବ ଏକ ଚିଠା ପ୍ରସ୍ତୁତ କରାଯାଇଥିଲା । ସେହି ଚିଠାଟି ଡିସେମ୍ବର ୨୦୧୬ରେ କେମିତି ବାହାରେ ଜଣା ପଡ଼ିଗଲା । ଏହି ଚିଠାଟି ଟ୍ରମ୍ପ୍ ପ୍ରଶାସନର ଜଳବାୟୁ ନୀତିର ମଞ୍ଜି କଥାଟି କ’ଣ ରହିବ ତାହାର ଏକ ବାର୍ତ୍ତା ପ୍ରଦାନ କରୁଥିଲା ଯଥା : କ) ଆମେରିକାକୁ ପ୍ୟାରିସ ଜଳବାୟୁ ପରିବର୍ତ୍ତନ ରାଜିନାମାର ବାହାରକୁ ନେଇଆସ, ଖ) ଓବାମାଙ୍କ ସ୍ୱଚ୍ଛ ଶକ୍ତି ଯୋଜନାକୁ ବେକାର ବୋଲି କୁହ, ଗ) ନିଶ୍ଚିତ କର ଯେ କିଷ୍ଟୋନ୍ ଏକ୍ସ.ଏଲ୍. ପାଇପଲାଇନ୍ ଭଳି ପାଇପ୍ ଲାଇନ୍ ପ୍ରକଳ୍ପଗୁଡ଼ିକୁ ଆଗକୁ ଯିବାକୁ ହେବ ।

ନିଃସନ୍ଦେହ ଟ୍ରମ୍ପ ଏବଂ ତାଙ୍କ ପରାମର୍ଶଦାତାମାନେ ଜୀବାଶ୍ମ ତୈଳ ବ୍ୟବହାର କରୁଥିବା ବା ବ୍ୟବସାୟକୁ ଅର୍ଥ ଯୋଗାଉଥିବା ଆମେରିକୀୟ ଶାସକଶ୍ରେଣୀର ଗୋଟିଏ ବର୍ଗରୁ ଆସିଛନ୍ତି ବା ସେମାନଙ୍କର ପ୍ରତିନିଧିତ୍ୱ କରୁଛନ୍ତି, କିନ୍ତୁ ପ୍ୟାରିସ ରାଜିନାମାରୁ ଓହରିଯିବା କଥାଟିକୁ ସାମଗ୍ରିକ ଭାବେ ଆମେରିକାର ଶାସକ ଶ୍ରେଣୀ ଭଲରେ ଗ୍ରହଣ କରିପାରୁନାହାନ୍ତି । ଟ୍ରମ୍ପଙ୍କ ତରବରିଆ ଘୋଷଣାନାମା ସହ ପଶ୍ଚିମ ୟୁରୋପ ଏବଂ ଜାପାନ୍ର ଶାସକ ଶ୍ରେଣୀ ମଧ୍ୟ ସହମତ ନୁହନ୍ତି । ନିଶ୍ଚିତ ତାଙ୍କର ‘ପ୍ରଥମେ ଆମେରିକା’ ଜାତୀୟତାବାଦ ତ୍ରୟଗୋଷ୍ଠୀରେ ଆମେରିକାର ନେତୃତ୍ୱକୁ ନ୍ୟୁନ କରିଦେଉଛି ।

ବେହେମଥ୍ କୋଚ ଶିଳ୍ପ ନାଁ’ରେ ଜୀବାଶ୍ମ ତୈଳ ବ୍ୟବସାୟକୁ ନିୟନ୍ତ୍ରଣ କରୁଥିବା କୋଚ୍ ବ୍ରଦର୍ସ ଏବଂ ଏହି ଶିଳ୍ପରେ ପ୍ରଚୁର ଅର୍ଥ ଖର୍ଚ୍ଚ କରୁଥିବା ଅନ୍ୟ ଜୀବାଶ୍ମ ତୈଳ ବ୍ୟବସାୟରେ ଅର୍ଥ ବିନିଯୋଗକାରୀ ବା ଯେଉଁମାନେ ମୁଖ୍ୟତଃ ରାଷ୍ଟ୍ରପତି ଟ୍ରମ୍ପଙ୍କ ନିର୍ବାଚନ ପ୍ରଚାର ପାଇଁ ବଡ଼ ପାଣ୍ଠି ଯୋଗାଇଥିଲେ,ସେମାନଙ୍କୁ ବାଦ୍ ଦେଲେ ଆମେରିକୀୟ ଶିଳ୍ପ ଜଗତର ଅନ୍ୟ ପୁରୋଧାମାନେ ଜଳବାୟୁ ପରିବର୍ତନର ବିପଦକୁ ନେଇ ଉଦ୍ବେଗ ପ୍ରକାଶ କରି ଆସିଛନ୍ତି ଏବଂ ଭବିଷ୍ୟତ ପିଢ଼ିମାନଙ୍କ ପାଇଁ କେଉଁଭଳି କୁପରିଣାମ ଆଣିଦେବ, ସେ ସମ୍ପର୍କରେ କହୁଛନ୍ତି । ଗୋଲଡ଼ମ୍ୟାନ ସ୍ୟାଚସ୍ର ମୁଖ୍ୟ ଲଏଡ଼ ବ୍ଲାକ୍ଫେନ୍ ରାଷ୍ଟ୍ରପତି ଟ୍ରମ୍ପ୍ଙ୍କ ନିଷ୍ପତିକୁ ନେଇ ଦୁଃଖିତ ହୋଇ କହିଛନ୍ତି ଯେ, ଏହା ପରିବେଶ ପାଇଁ ଏବଂ ବିଶ୍ୱରେ ଆମେରିକୀୟ ନେତୃତ୍ୱ ପାଇଁ ଏକ ଆଘାତ । ପ୍ୟାରିସ ରାଜିନାମାକୁ ଏକ୍ସନ୍ ମୋବିଲ୍ ଭଳି ଶକ୍ତି କ୍ଷେତ୍ରରେ ବଡ଼ କମ୍ପାନୀ ସମର୍ଥନ କରୁଛନ୍ତି । ଏହାର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରେକ୍ସ ଟିଲରସନ୍ ଯିଏକି ଏବେ ଆମେରିକାର ବିଦେଶ ମନ୍ତ୍ରୀ ଅଛନ୍ତି, ସେ ନିଜେ ମଧ୍ୟ ପରିବେଶ ସୁରକ୍ଷା ସଂସ୍ଥାର ମୁଖ୍ୟ ସ୍କଟ୍ ଫ୍ରୁଇଟ୍ ଏବଂ ଟ୍ରମ୍ପଙ୍କ ମୁଖ୍ୟ ମାର୍ଗ ନିର୍ଦ୍ଧାରକ ତଥା ଉଗ୍ର ଦକ୍ଷିଣପନ୍ଥୀ ବ୍ରେଟବାଟ୍ ନିଉଜ୍ର ମୁଖ୍ୟ ଷ୍ଟିଫେନ୍ ବାନନ୍ଙ୍କ ସହ ନଯିବା ପାଇଁ ସ୍ଥିର କରିଛନ୍ତି । ଏହି ଦୁଇଜଣ ହେଉଛନ୍ତି ଟ୍ରମ୍ପ୍ ପ୍ରଶାସନର ସବୁଠାରୁ ଅଧିକ କୁହାଳିଆ ବ୍ୟକ୍ତି ଯେଉଁମାନେ ଜଳବାୟୁ ପରିବର୍ତନ ହେବା କଥାକୁ ସ୍ୱୀକାର କରିଆସିଛନ୍ତି । ମୋଟାମୋଟି ଭାବେ ପ୍ରାୟ ତ୍ରୟଗୋଷ୍ଠୀର ଶାସକଶ୍ରେଣୀ ଏବଂ ସେମାନଙ୍କର ରାଜନୈତିକ ପ୍ରତିନିଧିମାନଙ୍କ ଏଭଳି ଏକ ହୃଦ୍ବୋଧ ହେଉଛି ଯେ ପୁଞ୍ଜିବାଦର ପରିବେଶୀୟ ଆଧୁନିକୀକରଣ ହେବାର ସମୟ ଅନେକ ଦିନରୁ ଆସିଯାଇଛି । କିନ୍ତୁ ପ୍ୟାରିସ ରାଜିନାମା ପ୍ରତି ପ୍ରତିବଦ୍ଧତାକୁ ଜାଣିଶୁଣି ସ୍ୱେଚ୍ଛାକୃତ ତଥା ବାଧ୍ୟତାମୂଳକ ନୁହଁ ବୋଲି ରଖାଯାଇଛି । ଏହାର କାର୍ଯ୍ୟକାରିତାକୁ ଦେଖିବା ପାଇଁ ସେଭଳି କୌଣସି ଢାଂଚା ନାହିଁ ବା କାର୍ଯ୍ୟକାରୀ ନକଲେ କାର୍ଯ୍ୟାନୁଷ୍ଠାନ ପାଇଁ କୌଣସି ପ୍ରାବଧାନ ନାହିଁ । ଓବାମା ପ୍ରଶାସନ ସ୍ୱଚ୍ଛ ଶକ୍ତି ଯୋଜନା (ଉଚଚ) କାର୍ଯ୍ୟକାରୀ କରିଥିଲେ ଯାହାର ଅନ୍ତର୍ଭୁକ୍ତ ରହି ପରିବେଶ ସୁରକ୍ଷା ସଂସ୍ଥା ସ୍ୱଚ୍ଛବାୟୁ ନିୟମକୁ ଆୟୁଧ କରି ବିଦ୍ୟୁତ ଶକ୍ତି ପ୍ରକଳ୍ପଗୁଡ଼ିକର ଅଙ୍ଗାରକାମ୍ଳ ଗ୍ୟାସ ନିର୍ଗତ ପରିମାଣକୁ ଆଇନଗତ ଭାବେ ନିୟନ୍ତ୍ରଣ କରିପାରିବ । କିନ୍ତୁ ଜୀବାଶ୍ମ ଇନ୍ଧନ ଶିଳ୍ପଗୁଡ଼ିକ ସହ ଅନୁବନ୍ଧିତ ଆମେରିକାର ଅନେକ ରାଜ୍ୟ ଏହି ଆଇନକୁ କାର୍ଯ୍ୟକାରୀ ନକରାଇବା ପାଇଁ ଅଦାଲତର ଆଶ୍ରୟ ନେଲେ । ଏବେ ତ ଟ୍ରମ୍ପ୍ ପ୍ରଶାସନ ମୂଳ ଶକ୍ତି ଯୋଜନାଟିକୁ ହିଁ ଅକାମୀ କରିଦେଉଛନ୍ତି ।

ସଂକ୍ଷେପରେ ତ୍ରୟଗୋଷ୍ଠୀ (ଆମେରିକା, ପଶ୍ଚିମ ୟୁରୋପ ଓ ଜାପାନ)ର ଶାସକଶ୍ରେଣୀ ପ୍ୟାରିସ ରାଜିନାମାକୁ ଏଇଥିପାଇଁ ଗ୍ରହଣ କରୁଛନ୍ତି ଯେ ଏହାର ପ୍ରାବଧାନଗୁଡ଼ିକ ଗ୍ରହଣ କରିବାଟା ସ୍ୱେଚ୍ଛାକୃତ ଏବଂ ଏହା କାହା ଉପରେ ଲଦି ଦିଆଯିବ ନାହିଁ । କ୍ୟୋଟୋ ରାଜିନାମାରେ ଗ୍ରୀନହାଉସ ଗ୍ୟାସ ପରିମାଣ ହ୍ରାସ କରିବା ପାଇଁ ନିର୍ଦ୍ଧାରିତ ଲକ୍ଷ୍ୟ ଆମେରିକା ଓ ଅନ୍ୟ ଉନ୍ନତ ଦେଶମାନଙ୍କୁ ଦିଆଯାଇଥିଲା । ଆମେରିକା ଏଥିରେ ସ୍ୱାକ୍ଷର କଲାନାହିଁ ଏବଂ ବିଶ୍ୱ ତାପମାତ୍ରା କମେଇବା ପାଇଁ କାଣିଚାଏ ବି କାମ କଲାନାହିଁ । ସତ କହିବାକୁ ଗଲେ ସ୍ୱେଚ୍ଛାକୃତ ଭାବେ ବାଧ୍ୟବାଧକତା ନଥାଇ ଦିଆଯାଉଥିବା ଲକ୍ଷ୍ୟଗୁଡ଼ିକ ପୂରଣ ହେଇପାରିବ ନାହିଁ । ଠିକ୍ ଏତିକିବେଳେ ଜଳବାୟୁ ପରିବର୍ତନ ଉପରେ ଧ୍ୟାନ ରଖିଆସିଥିବା ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ କରିଥିବା ଏକ ୱେବସାଇଟ୍ (ଗ୍ଧକ୍ସସକ୍ଷକ୍ଷସକ୍ଟଦ୍ଭଗ୍ଧଷଗ୍ଧକ୍ଟଦ୍ଭଦ୍ଭର.କ୍ଟକ୍ସଶ)ରେ କହିଛନ୍ତି ଯେ, ଯେଉଁ ହାରରେ ଗ୍ରୀନ୍ହାଉସ୍ ଗ୍ୟାସ ଏବେ ବାୟୁମଣ୍ଡଳକୁ ଯାଉଛି ତାହା ଯଦି ଜାରି ରହେ, ତେବେ ଶିଳ୍ପଯୁଗ ପୂର୍ବରୁ ଯେଉଁ ତାପମାତ୍ରା ରହିଆସିଥିଲା ତାହାରି ତୁଳନାରେ ବିଶ୍ୱ ତାପମାତ୍ରା ଆଗାମୀ ୨୦ବର୍ଷ ଭିତରେ ୨ଡିଗ୍ରୀ ବୃଦ୍ଧି ପାଇବ । ଏହା ସୂଚିତ କରାଉଛି ଯେ ବିଶ୍ୱରେ ଉତାପ ବୃଦ୍ଧି ବିରୋଧରେ କାମଟିକୁ ଅବିରତ ଜାରି ରଖିବା ପାଇଁ ଏହି ପ୍ରକ୍ରିୟାଟିକୁ ଗତିଶୀଳ କରିବାକୁ ପଡ଼ିବ । ତଥାପି ମୁଣ୍ଡପିଛା ଅଧିକ ଗ୍ରୀନ୍ ହାଉସ୍ ନିର୍ଗତ କରୁଥିବା ଏବଂ ବର୍ତମାନର ଗ୍ରୀନ୍ ହାଉସ୍ ସ୍ଥିତି ପାଇଁ ଦାୟୀ ଧନୀ ରାଷ୍ଟ୍ରର ନେତାମାନେ ସୁବିଧାଜନକ ଭାବେ ସ୍ୱେଚ୍ଛାକୃତ ଓ ବାଧ୍ୟତାମୂଳକ ନୁହେଁ ଭିତ୍ତିରେ ଗ୍ରୀନ୍ହାଉସ୍ ଗ୍ୟାସ ନିର୍ଗତକୁ ହ୍ରାସ କରିବା ପାଇଁ ରାଜି ହୋଇଯିବା ପରେ ଏବେ ଏଭଳି ଏକ ଦୁର୍ବିପାକର କେବଳ ମାତ୍ର ଦେଖଣାହାରୀ ସାଜିଛନ୍ତି ।

ମୂଳତଃ, ପୁଞ୍ଜିବାଦୀ ବ୍ୟବସ୍ଥାର ପୁଞ୍ଜି ଠୁଳୀକରଣ ପ୍ରକ୍ରିୟାର ମୂଳରେ ରହିଆସିଛି, ଶ୍ରମ ଓ ପ୍ରକୃତିର ଲୁଣ୍ଠନ ଏବଂ ଏକ ପ୍ରତିଯୋଗିତାମୂଳକ ପ୍ରତିଦ୍ୱନ୍ଦ୍ୱିତା ଓ ଶ୍ରେଣୀ ବିଷମତା ଯାହା ବଢ଼ି ବଢ଼ି ଏବେ ଏମିତି ଏକ ସ୍ତରରେ ପହଞ୍ôଚଯାଇଛି ଯେ ପ୍ରକୃତି ତାକୁ ଅଧିକ ସହ୍ୟ କରିପାରିବନି । ନିର୍ଦ୍ଦିଷ୍ଟ ଭାବେ ପ୍ରାଣୀ ଜୀବାଶ୍ମରୁ ଜାତ ଇନ୍ଧନର ଉତ୍ପାଦନ ଓ ବ୍ୟବହାରକୁ ଆଉ ଅଧିକ ବରଦାସ୍ତ କରିପାରିବ ନାହିଁ । ତଥାପି ପୁଞ୍ଜିବାଦୀ ବ୍ୟବସ୍ଥାର ଶକ୍ତିଶାଳୀ ଉପଭୋକ୍ତାମାନେ ଯେଉଁମାନ ପରିବେଶର ବିଷମୟ ବିରୋଧି, ଯେମିତି ବଦ୍ଧପରିକର ଅଛନ୍ତି ବିକଳ୍ପ ଅକ୍ଷୟ ଶକ୍ତିର ଅନୁସନ୍ଧାନର ବାଟ ବନ୍ଦ କରିବା ପାଇଁ । ବାସ୍ତବରେ, ପ୍ୟାରିସ ରାଜିନାମାରୁ ଆମେରିକାକୁ ବାହାର କରିଦେଇ, ସେମାନଙ୍କର ପ୍ରମୁଖ ପ୍ରତିନିଧି ଟ୍ରମ୍ପ ଫଳପ୍ରଦ ଭାବେ ଧରିତ୍ରୀ ମା’କୁ ମୃତ୍ୟୁଦଣ୍ଡ ଦେବାପାଇଁ ଘୋଷଣା କରିଛନ୍ତି । ଯଦି ତାଙ୍କୁ ସମର୍ଥନ ଦେଉଥିବା ପୁଞ୍ଜିପତି ଶ୍ରେଣୀ ଏହି ମୃତ୍ୟୁ ଦଣ୍ଡାଦେଶକୁ କାର୍ଯ୍ୟକାରୀ କରାଇବାରେ ସକ୍ଷମ ହୁଅନ୍ତି, ତେବେ ଆମେ ଯେଉଁ କଥା ଜାଣିଛେ ଯେ, ମାନବ ସଭ୍ୟତା ଏବଂ ସବୁ ଜୀବସତ୍ତା ଏକ ଦୀର୍ଘ ଏବଂ ଯନ୍ତ୍ରଣାଦାୟକ ମୃତ୍ୟୁର ମୁକାବିଲା କରିବାକୁ ପଡ଼ିବ ।

Back to Top