ISSN (Print) - 0012-9976 | ISSN (Online) - 2349-8846

ପ୍ରତିଯୋଗୀତାମୂଳକ ପରୀକ୍ଷା କଣ ଆଦର୍ଶନୀୟ ?

ଭାରତୀୟ ପରୀକ୍ଷା-ବ୍ୟବସ୍ଥା ସଫଳତା ଅପେକ୍ଷା ଅଧିକ ବିଫଳତା ସୃଷ୍ଠିକରେ

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଯେ କୌଣସି ପ୍ରକାରର ପ୍ରତିଯୋଗୀତାମୂଳକ ଏକ ପରୀକ୍ଷା ସଫଳତା ଓ ବିଫଳତାର ବାସ୍ତବତା ଠାରୁ ସଂପୂର୍ଣ୍ଣ ବାହାରେ । କେବଳ ଯେତେବେଳେ ପ୍ରତିଯୋଗୀମାନେ ପ୍ରତିଯୋଗୀତାମୂଳକ ମନୋଭାବ ନେଇ ପ୍ରଶିକ୍ଷିତ ହେଉଛନ୍ତି, ଏହାକୁ ଛାଡି ଦେଲେ କିନ୍ତୁ ସମସ୍ତ ପରୀକ୍ଷା ଭାବାବେଗପୂର୍ଣ୍ଣ ହୋଇ ନ ଥାଏ । ପ୍ରଶାସନିକ ସେବା, ଡାକ୍ତରୀ, ପରିଚାଳକ ଓ ସଫ୍ଟୱୟାର ଇଞ୍ଜିନିୟରିଂ ଭଳି ଜନମାନସରେ ଥିବା 'ଲୋଭନୀୟ ଲକ୍ଷ୍ୟ' ପାଇଁ ଆଶାୟୀମାନଙ୍କୁ ବାଧ୍ୟ କରୁଥିବା ପରୀକ୍ଷାମାନ ବାସ୍ତବରେ ଭାବାବେଗପୂର୍ଣ୍ଣ ହୋଇଥାଏ, କାରଣ ଏହା ପରେ ସେମାନେ ସହଜରେ ଫଳ ଲାଭ କରିପାରୁଥିବା କୁହାଯାଏ । ଏହି ଲକ୍ଷ୍ୟ ହାସଲର ଆକାଂକ୍ଷା ଶିଶୁ ବୟସରୁ ଆଶାୟୀମାନଙ୍କ ମଧ୍ୟରେ ପ୍ରତିଯୋଗୀତାର ମାନସିକତା ତିଆରି କରିଦିଏ ।

ଯେହେତୁ ଏହି ପରୀକ୍ଷାଗୁଡିକ ଏଭଳି ଅନନ୍ୟ ଲକ୍ଷ୍ୟ ହାସଲ କରିବା ପାଇଁ ଆବଶ୍ୟକ ହୋଇଥାଏ, ସେଥିପାଇଁ ସ୍ୱଭାବିକ ଭାବେ ଅଳ୍ପ କେତେ ଶହ ବା ହଜାର ଆସନ ପାଇଁ ଅନେକ ପ୍ରାର୍ଥୀ ପ୍ରତିଯୋଗୀତାକୁ ଆକର୍ଷିତ ହୋଇଥାନ୍ତି । ସାଧାରଣ ଭାବେ ପରୀକ୍ଷାଗୁଡିକ ଛାଣିବାର କାର୍ଯ୍ୟ କରିଥାଏ ଏବଂ ସେଥିପାଇଁ କମ୍ ସଫଳତା ଓ ବେଶୀ ବିଫଳତା ସୃଷ୍ଠି କରିଥାଏ । ଉଦାହରଣ ସ୍ୱରୂପ ୟୁନିୟନ ପବ୍ଲିକ ସର୍ଭିସ କମିଶନ(ୟୁପିଏସ୍‌ସି), ଗ୍ରାଜୁଏଟ୍ ରେକର୍ଡ ପରୀକ୍ଷା(ଜିଆର୍‌ଇ), ଗ୍ରାଜୁଏଟ୍ ମ୍ୟାନେଜ୍‌ମେଣ୍ଟ ଆଡମିସନ୍ ଟେଷ୍ଟ (ଜିମ୍ୟାଟ), ଇଣ୍ଡିଆନ୍ ଇଷ୍ଟିଚ୍ୟୁଟ୍ ଅଫ ଟେକ୍ନୋଲୋଜି ଜଏଟ୍ ଏଣ୍ଟାନ୍ସ ଏକ୍ଜାମ(ଆଇଆଇଟିଜେଇଇ) ଓ ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟାନ୍ସ ଟେଷ୍ଟ(ନିଟ୍) ଭଳି ପରୀକ୍ଷାଗୁଡିକୁ ପରିଚାଳନା କରୁଥିବା ସଂସ୍ଥାମାନେ ଲକ୍ଷ ଲକ୍ଷ ଆଶାୟୀମାନଙ୍କ ମଧ୍ୟରୁ ମାତ୍ର କେତେ ହଜାର ପ୍ରାର୍ଥୀଙ୍କୁ ଚୟନ କରିଥାନ୍ତି ।

ପ୍ରଶ୍ନ ଉଠେ, ଯେତେବେଳେ ପରୀକ୍ଷା ବ୍ୟବସ୍ଥା ସଫଳତା ଅପେକ୍ଷା ଅଧିକ ବିଫଳତା ସୃଷ୍ଠିକରେ, କାହିଁକି ଆଶାୟୀମାନେ ଏଭଳି ପରୀକ୍ଷା ପାଇଁ ଅଧିକରୁ ଅଧିକ ପ୍ରସ୍ତୁତ ହେଉଛନ୍ତି ? ପୁନଶ୍ଚ କାହିଁକି ସରକାର ଏଭଳି ବିଫଳତା ଓ ଏହାର ଭୟଙ୍କର ପରିଣତି ପ୍ରତି ଅବିଚଳିତ ରହୁଛନ୍ତି ?

ତର୍କଗତ ଭାବେ, ସାମାଜିକ ବିଶୃଙ୍ଖଳା ଆଡକୁ ନେଇ ଯାଉଥିବା ବ୍ୟକ୍ତିଗତ ବିଫଳତା ଓ ହତାସର ସମ୍ଭାବନାକୁ ଏଡାଇବା ହେଉଛି ପରୀକ୍ଷାର ଆଦର୍ଶ । କ୍ରମାଗତ ଭାବେ ଆଶାୟୀମାନଙ୍କ ମଧ୍ୟରେ ନିରାଶା ଅପେକ୍ଷା ଅଧିକ ଆଶା ସଞ୍ଚର କରିବା ହେଉଛି ପରୀକ୍ଷାର ଉଦ୍ଦେଶ୍ୟ । ବାସ୍ତବରେ ପରୀକ୍ଷା ନିରାଶା ଓ ଆଶା ମଧ୍ୟରେ ଏକ ସମତୁଲ ରକ୍ଷା କରିଥାଏ । କୌଣସି ପ୍ରକାରରେ ବ୍ୟକ୍ତିଗତ ଉର୍ଣ୍ଣତି ସାଧନର ଆଦର୍ଶର ମନୋଭାବ ଆଶାୟୀମାନଙ୍କ ମଧ୍ୟରେ ସୃଷ୍ଠି କରେ : "ଆଜିର ମୋର ସଫଳତା ଆସନ୍ତା କାଲି ତୁମର ସଫଳତା ହେବ" । ନିରାଶାର ଧଂସକାରୀ ଶକ୍ତିକୁ ଆଶାର ଆଲୋକ ନିସ୍କ୍ରିୟ କରି ଦେବାକୁ ଚାହେଁ । ସଫଳ ପ୍ରାର୍ଥୀମାନଙ୍କର ସଫଳତାକୁ ଦେଖାଇବାକୁ ସଙ୍ଗଠିତ କରାଯାଉଥିବା କାର୍ଯ୍ୟକ୍ରମଗୁଡିକ ବିଜ୍ଞାପନ ଭଳି କାର୍ଯ୍ୟ କରିଥାଏ, ଯାହାକି କାର୍ଯ୍ୟତଃ ବ୍ୟକ୍ତିଗତ ଉର୍ଣ୍ଣତି ସାଧନର ଆଦର୍ଶକୁ ପ୍ରସାରିତ କରିଥାଏ । ଏହା ନିରାଶାର ତିବ୍ରତାକୁ ଯୁକ୍ତିସଙ୍ଗତ ଭାବେ ନରମ କରିବାକୁ ଚାହେଁ, ଯାହାକି ପ୍ରତିଯୋଗୀତାମୂଳକ ପରୀକ୍ଷାର ସାରସତ୍ତା । ପରୀକ୍ଷାଗୁଡିକ ନିଜକୁ ଯେପରି ନିୟମ-ଅନୁବନ୍ଧିତ ଓ ସ୍ୱଚ୍ଛ ବୋଲି ଦାବୀ କରନ୍ତି, ସମ୍ଭବତଃ ଏହି ପରୀକ୍ଷାଗୁଡିକ ଯୁକ୍ତିସଙ୍ଗତ । ପରୀକ୍ଷାଗୁଡିକର ଏହି ଖୋଲା ଚରିତ୍ର ଆଶାୟୀମାନଙ୍କ ମଧ୍ୟରେ ଏକ ଭରସା ଚାହେଁ, ଯାହାକି ଶେଷରେ ସେମାନଙ୍କର ବିଫଳତାକୁ ଯୁକ୍ତିସଙ୍ଗତ କରିଥାଏ ।

ଏହାର ଅର୍ଥ ହେଉଛି, ଯେଉଁମାନେ ବିଫଳ ହେଉଛନ୍ତି, ସେମାନେ ନିଜ ଉପରକୁ ଦୋଷ ନେବା ଦରକାର ଏବଂ ବାରମ୍ବାର ଚେଷ୍ଟା କରିବା ଦରକାର, ଯାହାକି ପୁଣି ବିଫଳତା ଆଣିଦେବ ଓ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ କରିବ । ପ୍ରତିଯୋଗୀତା ମୂଳକ ପରୀକ୍ଷାର ଆଦର୍ଶର ମୂଳ ଯୁକ୍ତି ଆଶା ଓ ନିରାଶା ମଧ୍ୟରେ ସମତୁଲ ରକ୍ଷାକରିବା ପାଇଁ ଭିତ୍ତି ଯୋଗାଇ ଥାଏ, ସେଥିପାଇଁ ବ୍ୟକ୍ତିଗତ ଆଶାୟୀମାନେ ସେମାନଙ୍କର ଆଶା ବଦଳରେ ଏହି ଆଦର୍ଶକୁ ଗ୍ରହଣ କରି ନେଇ ଥାନ୍ତି ।

ସଫଳତା ଓ ବିଫଳତାର ବ୍ୟକ୍ତିଗତକରଣ ବିଭିନ୍ନ କ୍ଷେତ୍ରରେ ସମ୍ମାନଜନକ ନିଯୁକ୍ତିର ସୁଯୋଗ ସୃଷ୍ଠି କରିବାର ନୈତିକ ଦାୟୀତ୍ୱରୁ ସରକାର ଖସିଯିବା ପାଇଁ ସୁଯୋଗ ତିଆରି କରେ । ଏପରି କି ସରକାର ଭାରତୀୟ ଯୁବକମାନଙ୍କ ମଧ୍ୟରେ ବଢୁଥିବା ଅସନ୍ତୋଷ ପ୍ରତି ବିବ୍ରତ ଥିବା ଭଳି ଦେଖା ଯାଉ ନାହିଁ । ଯଦି ଏହି ଅସନ୍ତୋଷକୁ ଅସମାଧିତ ଭାବେ ଛଡାଯାଏ, ହୁଏତ ଏହି କ୍ରୋଧ ବିପଦ ଜନକ ସ୍ଥିତିରେ ପହଞ୍ଚିପାରେ । ସମ୍ମାନଜନକ ନିଯୁକ୍ତି କ୍ଷେତ୍ରରେ କମୁଥିବା ସୁଯୋଗ ପ୍ରତି ସରକାରଙ୍କର ଧ୍ୟାନ ନାହିଁ । ସୁଯୋଗର ସୀମିତ କ୍ଷେତ୍ର ଉପରେ, ବିଶେଷ କରି ପ୍ରଶାସନିକ ସେବା କ୍ଷେତ୍ରରେ, ଆଶାୟୀମାନଙ୍କର ଚାପକୁ କମାଇବା ପାଇଁ ସରକାରଙ୍କ ସାମାନ୍ୟ ଚିନ୍ତା ଦେଖାଯାଉ ନାହିଁ, ଯାହା କି ସରକାରୀ ସଂସ୍ଥା ପାଇଁ ଭଲ ଲକ୍ଷଣ ନୁହେଁ । ଅଧିକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦେଶ ତମାମ ଛତୁ ଫୁଟିବା ଭଳି ଗଢି ଉଠୁଥିବା ପ୍ରତିଯୋଗୀତାମୂଳକ ପରୀକ୍ଷା ପ୍ରଶିକ୍ଷଣ କେନ୍ଦ୍ର ଉପରେ ସରକାରଙ୍କର ଚିନ୍ତା ନାହିଁ ।

ଜଣେ ବିଫଳତା ଓ ଅତି ହତାସରେ ଜୀବନ ହାରିବାକୁ ଜଣଙ୍କର ବ୍ୟକ୍ତିଗତ ବିଫଳତା ଦୃଷ୍ଟିରୁ ଦେଖାଯିବା ଉଚିତ୍ ନୁହେଁ । ଅନ୍ୟ କ୍ଷେତ୍ରରେ ସମ୍ମାନଜନକ ନିଯୁକ୍ତି ଦେବାରେ ବିଫଳତା ପାଇଁ ବ୍ୟବସ୍ଥାକୁ ଆତ୍ମବିଶ୍ଲେଷଣ କରିବା ଆବଶ୍ୟକ । ସରକାର ଶିକ୍ଷିତ ଆଶାୟୀମାନଙ୍କୁ ଉପଯୁକ୍ତ ନିଯୁକ୍ତିର ସୁଯୋଗ ଯୋଗାଇଦେବାରେ କ୍ରମାଗତ ଭାବେ ବିଫଳ ହେଉଛନ୍ତି । ଏହି ପରିପେକ୍ଷୀରେ ବୋଧହୁଏ ଏହା ଆବଶ୍ୟକ ଯେ ଆଶାୟୀମାନେ ଅନ୍ୟ ସୁଯୋଗ କ୍ଷେତ୍ରକୁ ସମାନ ଭାବେ ବାଣ୍ଟି ହୋଇଯିବା ଉଚିତ୍, ଯାହାକି ଆଜିର ସମୟରେ ନାହିଁ କିମ୍ବା ଖୁବ୍ କମ୍ ରହିଛି । କୃଷି ଓ ଶିଳ୍ପ କ୍ଷେତ୍ରରେ ନିଯୁକ୍ତିର ଗୁରୁତ୍ୱ ଓ ସମ୍ମାନକୁ ସରକାର ସ୍ଥାପନ କରିବା ଆବଶ୍ୟକ । ଏହି ମୂଳ ନିଯୁକ୍ତି କ୍ଷେତ୍ରର ଉପସ୍ଥିତି ବିନା ୟୁପିଏସ୍‌ସି କିଛିଙ୍କ ପାଇଁ ଆକର୍ଷଣୀୟ ଲକ୍ଷ୍ୟ ହେବା ବେଳେ ଅନେକଙ୍କ ପାଇଁ ହତାସର କାରଣ ହୋଇରହିବ । ଭୋଗବାଦୀ ପୁଞ୍ଜିବାଦର ବ୍ୟାପକ ସୁଯୋଗ କ୍ଷେତ୍ର ସୃଷ୍ଠି କରିବାର କ୍ଷମତା ଥିବା ଭଳି ଲାଗୁ ନାହିଁ । ବରଂ ଏହା ନିଯୁକ୍ତି କ୍ଷେତ୍ରରେ ନାକାରାତ୍ମକ ଚୟନ ସୃଷ୍ଠି କରୁଛି, ଯାହାକୁ ଅନେକ ଆଶାୟୀ ଗ୍ରହଣ କରିପାରୁ ନାହାନ୍ତି ଯେହେତୁ ଏହାକୁ କରିବା ସେମାନଙ୍କର ନୈତିକ ମୂଲ୍ୟ ସହ ସମଝୋତା ଭାବେ ସେମାନେ ବିଚାର କରୁଛନ୍ତି । ଏଭଳି "ଅସମ୍ମାନଜନକ ଚୟନ"କୁ ଏଡାଇବା ପାଇଁ ୟୁପିଏସ୍‌ସି ଭଳି ଅଧିକ "ସୁରକ୍ଷିତ" ସୁଯୋଗ ଉପରେ ଅଧିକ ଚାପ ପଡୁଛି । ଏହି ଦୃଷ୍ଟିରୁ ପ୍ରତିଯୋଗୀତାମୂଳକ ପରୀକ୍ଷା ବ୍ୟବସ୍ଥା କ୍ରମାଗତ ବିଫଳତାକୁ ଯୁକ୍ତିସଙ୍ଗତ କରିବା ପାଇଁ ଏକ ଆଦର୍ଶ ଭାବେ ଅଧିକ କାର୍ଯ୍ୟ କରୁଛି ଏବଂ ଏହି ଯୁକ୍ତିସଙ୍ଗତ କରିବା ଅଳ୍ପ କେତେକଙ୍କ ସଫଳତାକୁ ପାଳନ କରି ହାସଲ କରାଯାଉଛି ।

Back to Top