ବହୁ ବିଳମ୍ବ ହେଲାଣି, ଯକ୍ଷ୍ମାର ଅନ୍ତ ଆଣିବାକୁ ପଡ଼ିବ
ଯଦି ୨୦୩୦ ସୁଦ୍ଧା ଯକ୍ଷ୍ମାର ମୁଳୋତ୍ପାଟନ କରିବାର ଅଛି, ତେବେ ଏବେଠାରୁ ହିଁ କାମ ଆରମ୍ଭ କରିବାକୁ ପଡ଼ିବ
The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.
ବିଶ୍ୱସ୍ତରର ଯକ୍ଷ୍ମା ରୋଗର ବୋଝ ହ୍ରାସ ହେବାରେ ଲାଗିଛି । କିନ୍ତୁ ୨୦୧୭ ମସିହାରେ ବିଶ୍ୱରେ ୧କୋଟି ଲୋକ ଯକ୍ଷ୍ମା ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ପ୍ରାୟ ୧୬ଲକ୍ଷ ଲୋକ ଏଥିରେ ମୃତ୍ୟୁବରଣ କରିଥିବାର ଆକଳନ କରାଯାଇଥିବା ଦୃଷ୍ଟିରୁ, ଅନେକ ବାଟ ଆହୁରି ଯିବାକୁ ଅଛି । ପୂର୍ବରୁ ଏକ ଭୋଗରୋଗ ନାମରେ ପରିଚିତ ଏହି ୧୦୦ବର୍ଷର ପୁରୁଣା ରୋଗ ଯକ୍ଷ୍ମା ଏବେବି ବିଶ୍ୱର ଏକ ଭୟଙ୍କର ରୋଗ ହିସାବରେ ପରିଚିତ । ଏଥିରେ ରୋଗୀ ଏବଂ ସେମାନଙ୍କ ପରିବାର ଲୋକଙ୍କୁ କେବଳ ଅପବାଦ ନୁହେଁ ଅନେକ ବରବାଦ୍ ହେଲାଭଳି ସାମାଜିକ ଅର୍ଥନୈତିକ ମୂଲ୍ୟ ଦେବାକୁ ପଡ଼ିଥାଏ ।
ସେପ୍ଟେମ୍ବର ୨୬, ୨୦୧୮ଦିନ ସଂଯୁକ୍ତ ରାଷ୍ଟ୍ରର ଯକ୍ଷ୍ମା ଉପରେ ପ୍ରଥମଥର ପାଇଁ ଗଠିତ ଏକ ଉଚ୍ଚସ୍ତରୀୟ କମିଟିରେ ନିଷ୍ପତ୍ତି ନିଆଯାଇଥିଲା ଯେ, ନିରନ୍ତର ବିକାଶର କାର୍ଯ୍ୟସୂଚୀ ଭିତରେ ୨୦୩୦ ସୁଦ୍ଧା ଯକ୍ଷ୍ମାର ଅନ୍ତ ଆଣିବା ପାଇଁ ପଦକ୍ଷେପଗୁଡ଼ିକୁ ତ୍ୱରାନ୍ୱିତ କରାଯିବ ଏବଂ ଏଥିପାଇଁ ପାଣ୍ଠି ମଧ୍ୟ ବଢ଼ାଇ ଦିଆଯିବ । ଭାରତରେ ବିଶ୍ୱ ଯକ୍ଷ୍ମା ଆକ୍ରାନ୍ତିତ ଜନସଂଖ୍ୟାର ଶତକଡ଼ା ୨୭ଭାଗ ରୋଗୀ ବାସ କରନ୍ତି । ଏ ବର୍ଷ ଆରମ୍ଭରେ ଦିଲ୍ଲୀଠାରେ ‘ଯକ୍ଷ୍ମାକୁ ବିନାଶ କର’ ନାମକ ଏକ ଶୀର୍ଷ ବୈଠକରେ ୨୦୨୫ସୁଦ୍ଧା ଏହି ରୋଗର ମୁଳୋତ୍ପାଟନ ପାଇଁ ନିଷ୍ପତ୍ତି ନିଆଯାଇଛି । ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବାସ୍ତବତାକୁ ଦେଖିଲେ ଏହା ଏକ ଅବାସ୍ତବ ଲକ୍ଷ୍ୟ କୁହାଯିବ ।
ଯକ୍ଷ୍ମା ରୋଗ ଜନିତ ମାମଲାଗୁଡ଼ିକ ଯେଉଁଭଳି ଭାବେ ନଜରକୁ ନ ଆସିବାର ଧାରାଟି ରହିଆସିଛି, ଏହି ରୋଗର ଆକଳନ କରିବା, ଚିହ୍ନଟ କରିବା ଏବଂ ଚିକିତ୍ସା କ୍ଷେତ୍ରରେ ଚାଲିଥିବା ଉଦ୍ୟମଗୁଡ଼ିକୁ ବାଟବଣା କରୁଛି । ଯେଉଁ ୧କୋଟି ଲୋକ ବିଶ୍ୱସାରା ଯକ୍ଷ୍ମାରେ ଆକ୍ରାନ୍ତ ବୋଲି ଆକଳନ କରାଯାଇଛି, ସେ ଭିତରୁ ନଜରକୁ ଆସୁଥିବା ବା ରିପୋର୍ଟ କରାଯାଉଥିବା ରୋଗୀଙ୍କ ସଂଖ୍ୟା ମାତ୍ର ୬୪ଲକ୍ଷ । ଆଉ ଯେଉଁ ୩୬ଲକ୍ଷ ଲୋକ ଡାକ୍ତରୀ ହିସାବ ଖାତାକୁ ଆସୁନାହାନ୍ତି ତା’ ଭିତରେ ଭାରତର ରୋଗୀଙ୍କ ସଂଖ୍ୟା ଶତକଡ଼ା ୨୬ ଭାଗ । ଭାରତରେ ଏହି ଅନ୍ତରଟି ସବୁଠାରୁ ଅଧିକ । ୨୦୧୩ ମସିହାରୁ ମୁଖ୍ୟତଃ ଘରୋଇ ହାସପାତାଳମାନଙ୍କରେ ପଞ୍ଜିକୃତ ରୋଗୀଙ୍କ ସଂଖ୍ୟା ନଜରକୁ ଆସିବା ଦୃଷ୍ଟିରୁ, ଏହି ସଂଖ୍ୟାଟି ବଢ଼ିଛି । ରିପୋର୍ଟ କରାଯାଉଥିବା ରୋଗୀମାନଙ୍କ କଥା ଦେଖିଲେ ଓ ଏବଂ ଅନୁପଯୁକ୍ତ ଚିକିତ୍ସା ବା ଅର୍ଦ୍ଧ ଚିକିତ୍ସା ମାମଲାଗୁଡ଼ିକୁ ଦେଖିଲେ ଜଣାଯାଏ ଯେ, କେମିତି ଗୋଟିଏ ଚିକିତ୍ସିତ ହୋଇପାରିବା ଏବଂ ଭଲ ହୋଇଯାଇ ପାରିବା ଯକ୍ଷ୍ମା ରୋଗଟି କେମିତି ମାରାତ୍ମକ ଓ ବ୍ୟାପକ ରୂପ ନେଉଛି ।
୨୦୧୨ରେ ଯେତେବେଳେ ଭାରତ ଯକ୍ଷ୍ମାକୁ ଏକ ବିଜ୍ଞପିତ ରୋଗ ହିସାବରେ ଘୋଷଣା କଲା, ସେତେବେଳେ ‘ନିକ୍ଷ’ ନାମରେ ଡାକ୍ତର ଏବଂ ଚିକିତ୍ସା ପ୍ରତିଷ୍ଠାନମାନେ ଯକ୍ଷ୍ମା ରୋଗୀଙ୍କ ସମ୍ପର୍କରେ ଖବର ଦେବାପାଇଁ ଏବଂ ଅନ୍ଲାଇନ୍ ଖବର ଦେବା ବ୍ୟବସ୍ଥା ଆରମ୍ଭ କରିଥିଲେ । ଲକ୍ଷ୍ୟ ଥିଲା ଯକ୍ଷ୍ମା ସମ୍ପର୍କିତ ଖବର ବିଶେଷକରି ଘରୋଇ ଚିକିତ୍ସାଳୟମାନଙ୍କ ଠାରୁ ସଂଗ୍ରହ କରିବା । ଆରମ୍ଭ ହେବା ଦିନଠାରୁ ହିଁ ‘ନିକ୍ଷ’ ବାସ୍ତବ କ୍ଷେତ୍ରରେ ଅନେକ ପ୍ରତିବନ୍ଧକ ସାମ୍ନା କରିଆସିଛି । ଯେମିତିକି, ଏ ବ୍ୟବସ୍ଥା ସମ୍ପର୍କରେ ସଚେତନତାର ଅଭାବ, ରୋଗ ସମ୍ପର୍କରେ ଥିବା ଭୁଲ ଧାରଣା ଯୋଗୁଁ ରିପୋର୍ଟ କରିବା ପାଇଁ ଅନିଚ୍ଛା, ଖବର ଦେବାରେ ବି ତାଳମେଳ ନରହିବା ଏବଂ ଯେଉଁମାନେ ରିପୋର୍ଟ କରୁଛନ୍ତି ତାଙ୍କୁ କୌଣସି ପ୍ରୋତ୍ସାହନ ଦିଆନଯିବା ଇତ୍ୟାଦି । ପୂର୍ବରୁ ହିସାବକୁ ନନେଉଥିବା ଘରୋଇ ହାସ୍ପାତାଳମାନେ ଯଦିଓ ଏବେ ରିପୋର୍ଟ କରିବା ଆରମ୍ଭ କଲେଣି ତେବେ ‘ନକ୍ଷ’କୁ ଗ୍ରହଣ କରିବାରେ ସେମାନଙ୍କର ଗତି ମନ୍ଥର । କିନ୍ତୁ ଚୀନ୍ ଦେଶରେ ଏଭଳି ଏକ ଅନ୍ଲାଇନ୍ ରିପୋର୍ଟ ଦେବା ବ୍ୟବସ୍ଥା ଲାଗୁ ପରେ ସେଠାରେ ଯକ୍ଷ୍ମାର ସଂଖ୍ୟାରେ ଅପେକ୍ଷାକୃତ ଭାବେ ହ୍ରାସ ଘଟିଛି । ୨୦୧୮ମସିହାରେ ଭାରତ ସରକାର ଗେଜେଟ ବିଜ୍ଞାପନ କରି ରିପୋର୍ଟ ନକରାଯାଉଥିବା କ୍ଷେତ୍ରରେ ଦଣ୍ଡବିଧାନ ପାଇଁ ବ୍ୟବସ୍ଥା କରିବା ସହ ଆଉ କେତୋଟି କଥା ମଧ୍ୟ ବ୍ୟବସ୍ଥା କରିଥିଲେ ଯେମିତିକି, ଔଷଧ ଦୋକାନୀଙ୍କୁ ଯକ୍ଷ୍ମା ଔଷଧ ବିକ୍ରିର ତଥ୍ୟ ରଖିବା ଏବଂ ରିପୋର୍ଟ କରିବା ପାଇଁ ନିର୍ଦ୍ଦେଶ, ଯକ୍ଷ୍ମା ରୋଗୀଙ୍କୁ ନିଜେ ରିପୋର୍ଟ କରିବା ପାଇଁ ପରାମର୍ଶ ଏବଂ ରିପୋର୍ଟ କରୁଥିବା ଲୋକମାନଙ୍କ ପାଇଁ ଆର୍ଥିକ ପ୍ରୋତ୍ସାହନର ବ୍ୟବସ୍ଥା ଇତ୍ୟାଦି ।
ରୋଗର ସ୍ଥିର ଚିକିତ୍ସା କ୍ଷେତ୍ରରେ ଯେଉଁଭଳି ଆହ୍ୱାନ ରହିଛି ରିପୋର୍ଟ କରିବା ବ୍ୟବସ୍ଥାକୁ ଅନବରତଭାବେ ଏବଂ ସଂଗତ ରକ୍ଷା କରି ବ୍ୟବହାର କରିବା ବି ଏକ ଆହ୍ୱାନ । ଯଦିଓ ରିପୋର୍ଟ କରିବା କ୍ଷେତ୍ରରେ ଅଗ୍ରଗତି ଦେଖାଯାଉଛି କିନ୍ତୁ ଆନୁସଙ୍ଗିକ ଭାବେ ଚାଲିଥିବା ଚିକିତ୍ସାର ପରିମାଣକୁ ନେଇ ସେହିଭଳି ରିପୋର୍ଟ ହେଉନାହିଁ । ୨୦୧୬ରେ ଯେତେସବୁ ଯକ୍ଷ୍ମା ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା ସେଥିରୁ ଶତକଡ଼ା ୨୨ଭାଗ ରୋଗୀଙ୍କ କ୍ଷେତ୍ରରେ ଚିକିତ୍ସା ଫଳାଫଳକୁ ନେଇ କିଛି ତଥ୍ୟ ନଥିଲା । ଯଦି ଚିକିତ୍ସା ପ୍ରକ୍ରିୟା ଓ ପରିଣାମକୁ ନେଇ ସଙ୍ଗତ ରୁହେ ନାହିଁ ତେବେ ଯକ୍ଷ୍ମା ରୋଗୀଟି ପୁନର୍ବାର ଏହି ରୋଗ ଦ୍ୱାରା ଆକ୍ରାନ୍ତ ହୋଇଯାଇପାରେ ବା ତା’ ଭିତରେ ବିବିଧ ଔଷଧ ପ୍ରତିରୋଧ ବା ବ୍ୟାପକ ଔଷଧ ପ୍ରତିରୋଧ ଜନିତ ଯକ୍ଷ୍ମା ବଢ଼ିଯାଇପାରେ । ରିପୋର୍ଟ କରାଯାଇଥିବା ରୋଗୀଙ୍କ କ୍ଷେତ୍ରରେ ଯଦିଓ ଶତକଡ଼ା ୬୯ଭାଗ ଲୋକ ଭଲ ହୋଇଯାଇଥିବା ତଥ୍ୟ ମିଳୁଛି, କିନ୍ତୁ ବିବିଧ ଔଷଧକୁ ପ୍ରତିରୋଧ କରୁଥିବା ଯକ୍ଷ୍ମା ରୋଗ କ୍ଷେତ୍ରରେ ଏହି ସଫଳତା ଶତକଡ଼ା ମାତ୍ର ୪୬ଭାଗ । ଯକ୍ଷ୍ମାରୋଗ ଓ ଏଡ଼ସ ବା ଏଚ୍.ଆଇ.ଭି. ଆକ୍ରାନ୍ତ ରୋଗୀଙ୍କ ପରିବାର ଭିତରେ ଥିବା ୫ବର୍ଷରୁ ଛୋଟ ବୟସର ଶିଶୁଙ୍କ ସମେତ ସମ୍ଭାବ୍ୟ ସଂକ୍ରମଣର ଶିକାର ହେଇପାରିବା ଭଳି ବୟସର ଲୋକମାନଙ୍କୁ ଚିକିତ୍ସାବଳୟ ଭିତରକୁ ଆଣିବା ଏବଂ ରୋଗ ନିରୋଧ ଚିକିତ୍ସା ସେମାନଙ୍କୁ ପ୍ରଦାନ କରିବା କାମଟି ମନ୍ଥର ଭାବେ ଚାଲିଛି ।
ବିଶ୍ୱ ଜନସଂଖ୍ୟାର ଶତକଡ଼ା ୨୩ଭାଗ ଅର୍ଥାତ୍ ୧୭୦କୋଟି ଲୋକ ଯକ୍ଷ୍ମା ଆକ୍ରାନ୍ତ ହେବାର ସ୍ଥିତିରେ ଥିଲାବେଳେ ଦୁର୍ବଳ ସ୍ଥିତିରେ ଥିବା ଲୋକମାନଙ୍କ କ୍ଷେତ୍ରରେ ଯେଭଳି ରୋଗଟି ବ୍ୟାପି ନଯାଏ ଏବଂ ନୂଆ ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା ନ ବଢ଼େ ସେଥିପାଇଁ ତା’ର ପ୍ରତିରୋଧ ନିମନ୍ତେ ପଦକ୍ଷେପ ନେବା ବି ନିହାତି ଜରୁରୀ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଦ୍ୱାରା ୨୦୧୮ ମସିହାରେ ବିଶ୍ୱ ଯକ୍ଷ୍ମା ରିପୋର୍ଟ ପ୍ରକାଶ କରାଯାଇଛି ସେଥିରେ ରୋଗର ୫ଟି ବିପଦଜନକ କାରଣ ସମ୍ପର୍କରେ ତାଗିଦ୍ କରାଯାଇଛି ଯଥା : ମଦ୍ୟପାନ, ଧୂମ୍ରପାନ, ବହୁମୁତ୍ର ରୋଗ, ଏଚ୍.ଆଇ.ଭି/ଏଡ଼ସ ଏବଂ ପୁଷ୍ଟିହୀନତା । ପିଲାମାନଙ୍କ କ୍ଷେତ୍ରରେ ଅନ୍ୟ ସବୁ ଗରିବ ଦେଶମାନଙ୍କ ଭଳି ଭାରତରେ ମଧ୍ୟ ପୁଷ୍ଟିହୀନତା ସବୁଠାରୁ ଗମ୍ଭୀର ଏକ କାରଣ ଯକ୍ଷ୍ମାରେ ଆକ୍ରାନ୍ତ ହେବାପାଇଁ । ଯକ୍ଷ୍ମାର ପ୍ରତିରୋଧ ଏବଂ ସଫଳ ଚିକିତ୍ସା ଯେଉଁ କଥାଟି ସହ ଘନିଷ୍ଠ ଭାବେ ସମ୍ପର୍କିତ ତାହା ହେଉଛି ପୁଷ୍ଟି ଓ ସ୍ୱାସ୍ଥ୍ୟ ସୂଚାଙ୍କରେ ସାମ୍ରଗିକ ଉନ୍ନତି, ଦାରିଦ୍ର୍ୟ ଏବଂ ସ୍ୱାସ୍ଥ୍ୟସେବାର ଉପଲବ୍ôଧ । ପୁନଶ୍ଚ ଯକ୍ଷ୍ମାକୁ ନେଇ ଜାତୀୟସ୍ତରରେ ୧୯୫୫ ମସିହାର ଶେଷ ସର୍ବେକ୍ଷଣ କରାଯାଇଥିବା ଯୋଗୁଁ ୬୦ବର୍ଷର ପୁରୁଣା ତଥ୍ୟକୁ ନେଇ ଆମେ ଆକଳନ କରୁଛନ୍ତି । ନିୟମିତ ସର୍ବେକ୍ଷଣ ହେଲେ ଦେଶଗୁଡ଼ିକ ନିଜର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କାର୍ଯ୍ୟକ୍ରମଗଡୁଡ଼ିକୁ ଭଲଭାବେ କାର୍ଯ୍ୟକାରୀ କରାଇପାରନ୍ତେ । ୨୦୧୯/୨୦ ମସିହାରେ ଭାରତ ତା’ର ପରବର୍ତ୍ତୀ ସର୍ଭେ କରିବା ପାଇଁ ସ୍ଥିର ହୋଇଥିବା ଦୃଷ୍ଟିରୁ କେବଳ ଆକଳନକୁ ଆଧାର କରି ନୁହେଁ ବରଂ ଅଧିକ ନିର୍ଭରଯୋଗ୍ୟ ତଥ୍ୟ ଭିତ୍ତିରେ ରୋଗ ନିୟନ୍ତ୍ରଣ ଯୋଜନା ବା କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ପାଇଁ ଆଗକୁ ଆଉ କିଛି ବର୍ଷ ଅପେକ୍ଷା କରିବାକୁ ପଡ଼ିବ । ଯକ୍ଷ୍ମା ରୋଗର ଭୟାବହତା ଓ ମହାମାରୀ ରୂପ ନେବାର କ୍ଷମତାକୁ ଦେଖିଲେ ଅନୁଭବ ହୁଏ ଯେ ଏହି ରୋଗର ବିଭିନ୍ନ ବିବିଧତାକୁ ଚିହ୍ନଟ କରିବାପାଇଁ ନୂତନ ପଦ୍ଧତି ଏବଂ ପ୍ରଯୁକ୍ତି ବିଦ୍ୟାର ବିକାଶ କରିବା, ନୂଆ ଟିକା ବାହାର କରିବା, ନୂଆ ଔଷଧ ବା ସ୍ୱଳ୍ପସମୟ ଅବଧିର ଚିକିତ୍ସା ପାଇଁ ଔଷଧ ବାହାର କରିବା ଇତ୍ୟାଦି କାମଗୁଡ଼ିକ ମନ୍ଥର ରହୁଛି,ଯଦି ଆମେ ଏଚ୍.ଆଇ.ଭି./ଏଡ଼ସ୍ ଭଳି ରୋଗ ସହ ତୁଳନା କରିବା । ୪୦ବର୍ଷ ପରେ ବିବିଧ ଔଷଧକୁ ପ୍ରତିରୋଧ କରୁଥିବା ଯକ୍ଷ୍ମା ରୋଗର ନୂଆ ଔଷଧ ବେଡ଼ାକ୍ୱିଲାଇନ୍ ଏବଂ ଡେଲମାନିଡ଼ ନିକଟରେ ଉପଲବ୍ଧ କରାଗଲା । ଦୁର୍ବଳ ସ୍ଥିତିରେ ଥିବା ଏବଂ ବୟସ୍କ ଲୋକମାନଙ୍କ କ୍ଷେତ୍ରରେ ଯକ୍ଷ୍ମା ନ ବ୍ୟାପିବା ପାଇଁ ଏକ ଟିକାର ଆବଶ୍ୟକତା ବି ରହିଛି । ନୂତନ ଔଷଧକୁ ନେଇ ଗବେଷଣା, ବିକାଶ, ପରୀକ୍ଷଣ ଏବଂ ପ୍ରକୃତ ବ୍ୟବହାରକୁ ନେଇ କାମଟି ବର୍ଷ ବର୍ଷ ଲାଗିଯାଏ । ଯଦି ବିଶ୍ୱ ସମୁଦାୟ ଏବେ କାମ ଆରମ୍ଭ ନକରନ୍ତି ଭାରତ ସମେତ ଅନ୍ୟ ଯକ୍ଷ୍ମା ଆକ୍ରାନ୍ତ ଦେଶଗୁଡ଼ିକ ଆଗରେ ଥିବାବେଳେ ୨୦୩୦ ସୁଦ୍ଧା ଯକ୍ଷ୍ମାକୁ ନିପାତ କରିବା ଲକ୍ଷ୍ୟଟି ଅଧୁରା ରହିଯିବ ।